Apply For Membership
Web News

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ସହ ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ପ୍ରତିନିଧି ଦଳର ସୌଜନ୍ୟମୂଳକ ସାକ୍ଷାତକାର

👁 4682 views

Bhubaneswarବ୍ୟୁରୋ ରିପୋର୍ଟ, ଭୁବନେଶ୍ୱର19 Jun 2026
Share:
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ସହ ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ପ୍ରତିନିଧି ଦଳର ସୌଜନ୍ୟମୂଳକ ସାକ୍ଷାତକାର

ଭୁବନେଶ୍ୱର, ୧୯ ଜୁନ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘର ଏକ ପ୍ରତିନିଧି ଦଳ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ସମସାମୟିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସାକ୍ଷାତକାର ସମୟରେ ମାନ୍ୟବର ମନ୍ତ୍ରୀ ଡିଜିଟାଲ ମିଡ଼ିଆର ସକାରାତ୍ମକ ଭୂମିକା ଓ ସମାଜ ଗଠନରେ ଏହାର ଗୁରୁତ୍ୱ ଉପରେ ବିଶେଷ ଆଲୋକପାତ କରିଥିଲେ। ସେ ଦାୟିତ୍ୱବୋଧ, ସତ୍ୟନିଷ୍ଠା ଏବଂ ଜନସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଡିଜିଟାଲ ସାମ୍ବାଦିକତାକୁ ଆଗେଇ ନେବା ପାଇଁ ମିଡ଼ିଆ ପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ।

ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ପକ୍ଷରୁ ଡିଜିଟାଲ ମିଡ଼ିଆ ସାମ୍ବାଦିକମାନଙ୍କର ପରିଚୟ, ସୁରକ୍ଷା, ବୃତ୍ତିଗତ ସ୍ୱୀକୃତି ଓ ଆଇନଗତ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା। ଏହି ବିଷୟଗୁଡ଼ିକ ଉପରେ ଉଭୟ ପକ୍ଷ ମଧ୍ୟରେ ସକାରାତ୍ମକ ଓ ଫଳପ୍ରସୂ ଆଲୋଚନା ହୋଇଥିଲା।

ଏହି ପ୍ରତିନିଧି ଦଳରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ମୀରାବାଇ ଦେଓ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ଖେଡ଼ୱାଲସିଂ, ଉପସଭାନେତ୍ରୀ ସୁଶ୍ରୀ ଚନ୍ଦନା ଦାସ, ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର ଓ ଶ୍ରୀ ପ୍ରଭାସଜ୍ୟୋତି ମହାନ୍ତି, ସଙ୍ଗଠନ ସମ୍ପାଦକ ଶ୍ରୀ ଗୌରାଙ୍ଗ ଚରଣ ମହି, ଭୁବନେଶ୍ୱର ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଭାତ କୁମାର ସାହୁ, ବରିଷ୍ଠ ସଦସ୍ୟ ଶ୍ରୀ ଲିପୁନ କୁମାର ବସ୍ତିଆ, ରଞ୍ଜନ କୁମାର ମହାପାତ୍ର ଓ ଶ୍ରୀ ବସନ୍ତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।